ଢେଙ୍କାନାଳ: ବୋଲେରୋ ଭିତରେ ମୃତଦେହ ଠାବ
Khabar Odisha:State-Dhenkanal-Dead-body-recovered-in-from-a-accident-Boloro-in-Dhankanal

ଭୁବନେଶ୍ୱର, ଜୁନ ୦୨ (ଖବର ଓଡ଼ିଶା): ବୋଲେରୋ ଭିତରୁ ମୃତ ଦେହଠାବ ହୋଇଛି । ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଘରଡ଼କାଟେଣା ପାଖରେ ଏହି ଅଭାବନୀୟ ଘଟଣା ଘଟିଛି । ଅନ୍ୟପଡ଼ରେ ବୋଲେରୋଟି ପମ୍ପଚର ହୋଇପଡ଼ିଛି । ପାଖରେ କେହି ନାହାନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କର ସୂଚନା ମତେ ପୁଲିସକୁ ସୂଚନା ଦିଆଯାଇଛି । ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାରଇଛି । 

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଦୁର୍ଘଟଣା ପରେ ମେଟିକାଲ ସ୍ଥାନାନ୍ତର କରାଯାଉଥିବା ବେଳେ ଏପରି ଘଟିଥିବା କୁହାଯାଉଛି । ଅନ୍ୟପଟରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଓ ମୃତ୍ୟୁ ନେଇ ଅନେକ ଚର୍ଚ୍ଚା କରୁଛନ୍ତି । ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ । 

 

  • Tags:

Subscribe

National International State Sports Entertainment