ତାଣ୍ଡବ ରଚିଲା ବାତ୍ୟା 'ଦାନା '। ସମୁଦ୍ର ଜୁଆର ମାଡି ଆସିବା ସହିତ ପାଣିଘେରରେ ସ୍ଥାନୀୟ ଲୋକେ। ପ୍ରବଳ ବର୍ଷାରେ ବୁଡ଼ିଗଲା ବଗପଟିଆ । ସାତଭାୟା ଥଇଥାନ ଆଶ୍ରୟସ୍ଥଳୀ ବଗପାଟିଆରେ ପଶିଲା ଜୁଆର ପାଣି। ୫୭୧ରୁ ଉର୍ଦ୍ଧ ପରିବାର ବର୍ତ୍ତମାନ ପାଣି ଘେରରେ ରହିଛନ୍ତି। ତେବେ ଏହି ବାତ୍ୟା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ପରେ ୧୦୦ ରୁ ୧୧୦ କିମି ବେଗରେ ପବନ ବହିଥିଲା। ଫଳରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଯିବା ସହିତ ତଳିଆ ଅଞ୍ଚଳରେ ପାଣିର ମାତ୍ରା ବଢ଼ି ଯାଇଥିଲା। ତେବେ ଭାଙ୍ଗି ଯାଇଥିବା ଗଛକୁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ସଙ୍ଗେ ସଙ୍ଗେ କାଟି ହଟାଇ ଦିଆଯାଇଛି। ଏହାସହିତ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।