ଯାଜପୁର: ତାଣ୍ଡବ ରଚିଲା ବାତ୍ୟା ' ଦାନା'। ଫଳରେ ଅନେକ ସ୍ଥାନରେ ଲଗାଣ ବର୍ଷା ହେବା ସହିତ ପ୍ରବଳ ପବନ ଲାଗି ରହିଥିଲା। ଦାନା ପ୍ରଭାବରୁ ରାସ୍ତାରେ ଅନେକ ବଡ଼ ବଡ଼ ଗଛ ଗୁଡ଼ିକ ଭାଙ୍ଗି ପଡ଼ିରହିଥିଲା। ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏପରିକି ବସ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ଗୁରୁବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିଲା। ପ୍ରବଳ ପବନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ବାତ୍ୟା ମୁକାବିଲା ପାଇଁ ଆସିଥିବା ଓଡ୍ରାଫ୍ ଟିମ୍ ରାସ୍ତା ସଫା କାମରେ ଲାଗିଛନ୍ତି । ଯାହାଫଳରେ ଯାତାୟାତ ସ୍ଵାଭାବିକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଧ୍ୟ ସେହି ସ୍ଥାନରେ ବାସ ଚଳାଚଳ ବନ୍ଦ ରହିଛି।