ରଥଯାତ୍ରା ନୀତିକାନ୍ତି ସୁରୁଖୁରୁରେ ସରିଥିବା ନେଇ ଦଇତାପତି ନିଯୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଏଥର ରଥଯାତ୍ରାରେ ସ୍ନାନଯାତ୍ରା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଅନେକ ଅଣସେବାୟତ ରହିଥିଲେ । ପୁଣି ପହଣ୍ଡି ପାଖାପାଖି ରହିଥିବା ଯୋଗୁଁ ପହଣ୍ଡିରେ ସମସ୍ୟା ସୃଷ୍ଟି ହୋଇଥିଲା । ଆଡପମଣ୍ଡପ ପହଣ୍ଡିରେ ଅତ୍ୟାଧିକ ସେବାୟତଙ୍କ ସଂଖ୍ୟା ଯୋଗୁଁ ପହଣ୍ଡିରେ ତୃଟି ଦେଖାଦେଇଥିଲା । ଆଗାମୀ ଦିନରେ ଏଗୁଡିକର ତୃଟି ସୁଧରା ଯିବବୋଲି କୁହାଯିବ । ସେପଟେ ଆଡପମଣ୍ଡପ ପହଣ୍ଡି ସମୟରେ ଚାରମାଳ ଉପରେ ଜଗନ୍ନାଥ ମହାପ୍ରଭୁ ଝୁଙ୍କି ପଡିବା ଘଟଣାକୁ ଏଡାଇ ଦେଇଥିଲେ ନିଯୋଗର ସମ୍ପାଦକ । ଆଡପମଣ୍ଡପକୁ ଯିବା ପାଇଁ ମହାପ୍ରଭୁଙ୍କର ଇଚ୍ଛା ନଥିଲା ବୋଲି କହିଛନ୍ତି ଦଇତାପତି ନିଯୋଗ ସଂପାଦକ । ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଦଇତାପତି ନିଯୋଗ ସଂପାଦକ । ମହାପ୍ରଭୁଙ୍କର ଦୁଇସେଟ୍ ଲେଖାଁଏ ସୂନାବେଶ ପ୍ରସ୍ତୁତ ରଖାଯାଉ ଆଉ ଏଥିପାଇଁ ଦାତାଙ୍କୁ ଅନୁରୋଧ କରନ୍ତୁ ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ମାମଲା କୋର୍ଟରେ ଥିବାବେଳେ ଏହା ଖୋଲାଯିବକି ନାହିଁ ତାହା ମହାପ୍ରଭୁଙ୍କ ଇଚ୍ଛାରେ ହିଁ ହେବ । ଆଉ ଏବେ ତା' ଭିତରକୁ ଯିବା ବିପଦପୂର୍ଣ୍ଣ । ସେପଟେ ଦେଶର ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡ୍ କରାଯାଉ । ଏଥିପାଇଁ ସ୍ୱତନ୍ତ୍ର ଚେଞ୍ଜିଂ ରୁମର ବ୍ୟବସ୍ଥା କରାଯାଉ । ଫଳରେ ଶ୍ରୀମନ୍ଦିରରେ ପବିତ୍ରତା ସହ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକତା ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ।