ଭଦ୍ରକ: ଲୁଟେରାଙ୍କ ଟାର୍ଗେଟରେ ରହିଛି ମନ୍ଦିର । ୪ ମନ୍ଦିରରୁ ହେଲା ସିରିଜ୍ ଲୁଟ୍ । ଭଦ୍ରକ ପୌରପାଳିକା ୨୮ ନମ୍ବର ୱାର୍ଡ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ କଳାକନା ବୁଲାଇଲେ ଚୋର । ସାହିରେ ଥିବା ମଙ୍ଗଳା, ଶିବ, ରାଧାକୃଷ୍ଣ ଓ ହନୁମାନ ମନ୍ଦିରରେ ରାତି ଅଧରେ ଚୋରି ହୋଇଛି ।
ସୂଚନା ଅନୁଯାୟୀ ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ରୂପା ମୁକୁଟ ସହ ହାର ଓ ଅନ୍ୟ ଅଳଙ୍କାର ନେଇଯାଇଛନ୍ତି ଲୁଟେରା । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଆଜି ସକାଳୁ ସକାଳୁ ମନ୍ଦିରରୁ ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ସିରିଜ୍ ଲୁଟ୍ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।