ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରିଷ୍ଠ କିରାଣୀ
Khabar Odisha:Senior-clerk-caught-by-vigilance-while-accepting-Rs-5000-bribe
କୋରାପୁଟ ,ସେପ୍ଟେମ୍ବର 27(ଖବର ଓଡ଼ିଶା):

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳେଇ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଜଣେ ହିତାଧିକାରୀ ତିନି ଏକର ଘରବାରି ପଟ୍ଟା କରେଇ ଦେବା ପାଇଁ ଲାଞ୍ଚ ନେଉଥିଲେ । ପଟ୍ଟା ପ୍ରଦାନ ନିମନ୍ତେ ହିତାଧିକାରୀଙ୍କୁ ଫୋନ୍ ଯୋଗେ ପାଞ୍ଚ ହଜାର ଟଙ୍କା ମାଗିଥିଲେ ସତ୍ୟ ନାରାୟଣ। ଟଙ୍କା ମାଗିବାରୁ ହିତାଧିକାରୀ ତୁରନ୍ତ ଭିଜିଲାନ୍ସଙ୍କ ଦ୍ବାରସ୍ଥ ହୋଇଥିଲେ।

ପରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏବେ ସାତ ଜଣିଆ ଭିଜିଲାନ୍ସ ଟିମ୍ ତାଙ୍କ ପଟାଙ୍ଗିସ୍ଥିତ ବାସଭବନ ଏବଂ କୋରାପୁଟ ଘରେ ଭିଜିଲାନ୍ସଙ୍କ ରେଡ୍ ଚାଲିଛି।

  • Tags:

Subscribe

National International State Sports Entertainment