ଆଇସିୟୁରୁ ପିଲାଚୋରି ଘଟଣାରେ କାର୍ଯ୍ୟରେ ଅବହେଳା କାରଣରୁ ବହିଷୃତ ହେଲେ ସୁରକ୍ଷାକର୍ମୀ କଟକ ,ସେପ୍ଟେମ୍ବର 28(ଖବର ଓଡ଼ିଶା): Share story: କାର୍ଯ୍ୟରେ ଅବହେଳା କାରଣରୁ ବହିଷୃତ ହେଲେ ଜଣେ ସୁରକ୍ଷାକର୍ମୀ । ଗତ ୨୬ ତାରିଖରେ କଟକ ଏସ୍ସିବି ପ୍ରସୂତି ବିଭାଗ ଆଇସିୟୁରୁ ପିଲାଚୋରି ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସ୍ସିବି କତ୍ତୃପକ୍ଷ । କେବଳ ବହିଷୃତ ନୁହେଁ ଆଇସିୟୁ ଦାୟିତ୍ବରେ ଥିବା ୪ କର୍ମଚାରୀଙ୍କୁ ନୋଟିସ ମଧ୍ୟ ହୋଇଛି । ସୁଚନା ଅନୁସାରେ ପ୍ରସୂତି ବିଭାଗରୁ ଗତ ୨୬ ତାରିଖରେ ଚୋରି ହୋଇଥିଲା ଶିଶୁ କନ୍ୟା । ପୋଲିସ ଖୋଲତାଡ଼ ପରେ ଶିଶୁକନ୍ୟାକୁ ଫେରାଇଥିଲେ ଅଭିଯୁକ୍ତ ଦମ୍ପତ୍ତି ଏବଂ ପରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ ମଧ୍ୟ କରିଥିଲା ପୋଲିସ । ଏହାସହିତ ଅନ୍ୟ କିଛି ଜଣଙ୍କୁ ଅଟକ ରଖିଛି ପୋଲିସ । ଖବର ଓଡ଼ିଶା, Reporter, 27/09/2022