ବରଗଡ ଜିଲ୍ଲାରେ ସମତା ସୈନିକ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ଅଗଷ୍ଟ ୧୦ ତାରିଖ ସୁପ୍ରିମକୋର୍ଟର ଜର୍ଜମେଣ୍ଟରେ ଅସତୁଷ୍ଟ ହୋଇ ସୁପ୍ରିମକୋର୍ଟକୁ ପୁନର୍ବାର ଠିକ ବିଚାର କରି ଜର୍ଜମେଣ୍ଟ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ସମତା ସୈନିକ ଦଳ। ତେବେ ସୁପ୍ରିମକୋର୍ଟ ସୂଚନା ଦେଇଥିଲେ ଯେ ଏସି/ଏସଟି କୋଟା ଭିତରେ ସବ ଏସି/ଏସଟି କୋଟା ବାହାରିବ। ଏସି/ଏସଟି ବର୍ଗର ସମାଜ ଉପରେ ସୁପ୍ରିମକୋର୍ଟ ଦେଇଥିବା ଜର୍ଜମେଣ୍ଟରେ ଏବେ ଚିନ୍ତାର ବିଷୟ ପାଲଟିଛି।କାରଣ କେଉଁ କେଉଁ ଜାତି ଵାଦ ପଡିବେ ତାହା ଏବେ ଚିନ୍ତାର ବିଷୟ ବୋଲି ସମତା ସୈନିକ ଦଳ ପକ୍ଷରୁ ସୁଚନା ଦେଇଛନ୍ତି। ତେଣୁ ଏ ନେଇ ଆସନ୍ତା ୯ ତାରିଖ ଦିନ ୧୨ ଗୋଟି ରାଜ୍ୟର ଶିକ୍ଷିତ ଓ ଆଇନ ଦାତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏବଂ ବାବା ସାହେବ ଆମ୍ବେକରଙ୍କ ଦେଇଥିବା ଅଧିକାର ମିଲିପାରିବ ନା ନାହିଁ ସେନେଇ ସେଠାରେ ଆଲୋଚନା ହେବ।