୩୦ ଲକ୍ଷ ଟଙ୍କା ବ୍ରାଉନସୁଗାର ଜବତ, ଘଟଣାରେ ଜଣେ ଯୁବକ ଗିରଫ
Khabar Odisha:Rs-30-lakh-worth-of-brown-sugar-seized-a-young-man-arrested-in-the-incident
ପୁରୀ, ଜୁନ ୨୫(ଖବର ଓଡିଶା):

ପୁଣି ଜବତ ହେଲା ଧଳା ଜହର । ପୁରୀରୁ ୩୦୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ତେବେ ଭୁବନେଶ୍ୱର ଉପକଣ୍ଠ ଉତ୍ତରାରୁ ଅବକାରୀ ବିଭାଗ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । 

ତେବେ ଏହି ଘଟଣାରେ ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିବାଦର । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । 

ସେହିପରି ରାଜ୍ୟରେ ଥମିବାର ନା ଧରୁନି ଧଳାଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳାଜହର ଜବତ ହେଉଛି । ରାଜ୍ୟରୁ ବାହାର ରାଜ୍ୟକୁ ମଧ୍ୟ କାରବାର ହେଉଥିବା ଖବର ଆସୁଛି ।

  • Tags:

Subscribe

National International State Sports Entertainment