ସିମୁଳିଆରୁ ଅଞ୍ଚଳରୁ ଉଦ୍ଧାର ହେଲେ ତିନୋଟି ବିରଳ ଧଳା ଗରୁଡ ପକ୍ଷୀ। ତେବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଗ୍ରାମବାସୀ ଚାଷଜମିକୁ ଆସୁଥିବା ବେଳେ ଏକ ଛୋଟ ଭଙ୍ଗା ତାଳ ଗଛ ଡାଳରେ ଏହି ତିନୋଟି ଧଳା ଗରୁଡ ପକ୍ଷୀଙ୍କୁ ଦେଖିବାକୁ ପାଇଥିଲେ। ତେବେ ଏହି ବିରଳ ପକ୍ଷୀମାନେ କେଉଁଠୁ ଆଶିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଏହି ଧଳା ଗରୁଡ ପକ୍ଷୀଙ୍କୁ ଦେଖିବା ପାଇଁ ସେହି ସ୍ଥାନରେ ବେଶ ଭିଡ ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ , ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଉଦ୍ଧାର ହେଲେ ତିନୋଟି ବିରଳ ଧଳା ଗରୁଡ ପକ୍ଷୀ। ତୀରଖୁଆ ଗ୍ରାମର କିଛି ଲୋକ ଚାଷ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ଏହି ପକ୍ଷୀମାନଙ୍କୁ ଦେଖିବାକୁ ପାଇଥିଲେ। ତେବେ ଏପରି ବିରଳ ପକ୍ଷୀ ଆଗରୁ ଦେଖ୍ ନଥିବା ବେଳେ ଏମିତି ପକ୍ଷୀକୁ ପ୍ରଥମ ଥର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ସେହି ଗ୍ରାମର ମୁଖ୍ୟ ତଥା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଏହି ଧଳା ଗରୁଡ ପକ୍ଷୀଙ୍କୁ ଦେଖିବା ପାଇଁ ସେହି ସ୍ଥାନରେ ବେଶ ଭିଡ ଦେଖିବାକୁ ମିଳିଥିଲା। ଏହି ପକ୍ଷୀ ତିନୋଟି ଗରୁଡ଼ ପକ୍ଷୀ ପରି ଦେଖାଯାଉଥିବା ବେଳେ ପକ୍ଷୀଙ୍କୁ ଗଛରେ ଛାଡି ଦିଆଯାଇଛି। ତେବେ ପୂର୍ବରୁ ମଧ୍ୟ ଏହିପରି କିଛି ବିରଳ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ତେବେ ଏହିପରି ଧଳା ଗରୁଡ ପକ୍ଷୀଙ୍କୁ ଦେଖି ସମସ୍ତେ ବେଶ ଖୁସି ଥିବାର ଦେଖିବାକୁ ମିଳିଥିଲା।
ଅଧିକ ପଢନ୍ତୁ ; ଆସନ୍ତାକାଲି ଠାରୁ ଆରମ୍ଭ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ‘ଶିଶିର ସରସ-୨୦୨୪’