SCB ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର । ରୋଗୀ ହୃତ୍ପିଣ୍ଡରୁ ବାହାର କରାଗଲା ଛୁଞ୍ଚି । ଗତକାଲି କଟକ ଏସ୍ସିବି ମେଡିକାଲର କାଡିଓ ଥୋରାସିସି ଭାସ୍କୁଲାର ସର୍ଜରୀ ବିଭାଗ ପକ୍ଷରୁ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ଜଣେ ଯୁବକଙ୍କ ହୃତ୍ପିଣ୍ଡରୁ ପ୍ରାୟ ସାଢେ ୪ ଇଞ୍ଚର ଛୁଞ୍ଚି କାଢିଛନ୍ତି କାଡିଓ ଥୋରାସିସି ଭାସ୍କୁଲାର ସର୍ଜରୀ ବିଭାଗ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ।
ସୂଚନା ଅନୁଯାୟୀ,ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବକ ଘରେ ଶୋଇଥିବା ସମୟରେ ତାଙ୍କ ଛାତି ଭିତରେ ଏକ ଛୁଞ୍ଚି ପଶିଯାଇଥିଲା। ଯାହାଫଳରେ ସେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଛୁଞ୍ଚିକୁ ଅସ୍ତ୍ରୋପଚାର କରି ଵାହାର କରିଵା ପାଇଁ ପରିବାର ଲୋକେ ତାଙ୍କୁ ସଂଗେ ସଂଗେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କିନ୍ତୁ ସେଠାରେ ସଫଳ ହୋଇନଥିଲା । ଏହାପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେଠାରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପରିବାର ଲୋକେ ତାଙ୍କୁ କଟକ ଏସସିଵି ମେଡ଼ିକାଲର କାଡିଓ ଥୋରାସିସ ଭାସ୍କୁଲାର ସର୍ଜରି ବିଭାଗକୁ ଅଣିଥିଲେ । ସେଠାରେ ଗତକାଲି ସିଟିଭିଏସ୍ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର ମାଧ୍ୟମରେ ହୃତ୍ପିଣ୍ଡର ବାମ ଭାଗରେ ରହିଥିବା ଛୁଞ୍ଚିଟିକୁ କାଢ଼ିଥିଲେ। ଭାଗ୍ୟବଶତଃ ଅସ୍ତ୍ରୋପଚାର ହୋଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଅଧିକ ପଢନ୍ତୁ :ପରୀକ୍ଷାରୁ ଚାପମୁକ୍ତ ରଖିବା ପାଇଁ ‘ଟେଲିମାନସ’