ଆସନ୍ତା ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଯାହା ସମସ୍ତ ଛାତ୍ରଛାତ୍ରୀଙ୍କ ଚିନ୍ତାର କାରଣ ପାଲଟିଥାଏ । ଏହି ଚିନ୍ତାରେ ମଧ୍ୟ କେତେକ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥାନ୍ତି । କିନ୍ତୁ ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାପକୁ ଦୂର କରିବା ପାଇଁ ‘ଟେଲିମାନସ’ ସେବା କାର୍ଯ୍ୟକାରୀ କରାଯିବ । ଏଥିରେ ଯୋଗାଯୋଗ କରିବା ପାଇଁ ଗୋଟେ ଟୋଲ ଫ୍ରି ନମ୍ବର ରଖାଯାଇଛି । ଏହି ନମ୍ବରଟି ହେଉଛି ୧୪୪୧୬ । ପରୀକ୍ଷା ଚାପରେ ଥିବା ଛାତ୍ରଛାତ୍ରୀମାନେ ଏହି ନମ୍ବରରେ ଫୋନ୍ କରି କିପରି ଚାପମୁକ୍ତ ହେବେ ସେ ସମ୍ବନ୍ଧରେ ମଧ୍ୟ କିଛି ସୂଚନା ପାଇପାରିବେ । ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ଓ ବିନା କୌଣସି ଚାପରେ ପରୀକ୍ଷା ଦେବେ ସେଥିପାଇଁ ଏହା ଗଣଶିକ୍ଷା ବିଭାଗର ଗୋଟେ ଉପାୟ । ପିଲାଙ୍କ ଭବିଷ୍ୟତ ଗଢ଼ିବ ମାଟ୍ରିକ ବୋର୍ଡ ପରୀକ୍ଷା । ସେଥିପାଇଁ ପିଲାମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ଏହି ଉପାୟ । ଏହି ସେବା ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯିବା ପରେ ସେମାନେ ନିଜ ଜିଲ୍ଲାରେ ଏହି ସୁବିଧାକୁ ବ୍ୟବହାର କରିବେ ।