ସୋମବାର ଦିନ ଜନ୍ମମାଟିରେ ପହଞ୍ଚିଥିଲେ ମହାମହିମ । ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ଦ୍ୱିତୀୟ ଦିନ।ତେବେ ଗତକାଲି ଜନ୍ମମାଟିରେ ରହିଲା ପରେ ଆଜି ସକାଳୁ ରାଷ୍ଟ୍ରପତି ତାଙ୍କ ଶାଶୂଘର ପାହାଡପୁରରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି SLS ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ସ୍ବାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଶାଶୁ ଘର ଗାଁରେ ପହଞ୍ଚିଥିବାରୁ ସେଠାରେ ସ୍ଥାନୀୟ ଲୋକଙ୍କର ଭିଡ ଜମିଛି । ସେଠାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ କରିବା ସହ ସ୍କୁଲ ଟ୍ରେନିଂ ସେଣ୍ଟରକୁ ଉଦଘାଟନ କରିଛନ୍ତି ।
ଏହାପରେ ବାଦାମପାହାଡ ରେଳଷ୍ଟେସନଯାଇ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଗୁଡିକ ହେଲା ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ, ଶାଲିମାର-ବାଦାମପାହାଡ଼ ଏକ୍ସପ୍ରେସ ଏବଂ ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନ । ଏହି ତିନୋଟି ଟ୍ରେନ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମହାମହିମ ।ଟ୍ରେନର ଶୁଭାରମ୍ଭ ପରେ ରାଷ୍ଟ୍ରପତି ଦ୍ରୌପଦୀ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି। ଏହାପରେ ମହାମହିମ ସମ୍ବଲପୁର ଯାଇ ବୁର୍ଲା ଭିସୁଟ୍ ସମାବର୍ତ୍ତନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଶେଷରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ଆଳତି କରିବେ ।
ଅଧିକ ପଢନ୍ତୁ :ଶିକ୍ଷା ହେଉଛି ଆର୍ଥିକ ଓ ସାମାଜିକ କଲ୍ୟାଣର ଚାବିକାଠି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ