ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଗତ ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟମାନେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇଥିଲେ। ଏହି ପ୍ରଦର୍ଶନୀରେ ଭାରତର କଳା ସଂସ୍କୃତି ସମେତ ଓଡ଼ିଶାର ଭାସ୍କର୍ଯ୍ୟର ପ୍ରଦର୍ଶିତ କରାଯାଇଥିଲା।
ସେଥିପାଇଁ ଆଜିଠୁ ସର୍ବସାଧାରଣଙ୍କ ପାଇଁ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ସକାଳ ୧୦ଟାରୁ ଖୋଲାଯାଇଛି । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣ ଓ ଛାତ୍ରଛାତ୍ରୀମାନେପ୍ରଦର୍ଶନୀକୁ ବୁଲି ଦେଖିପାରିବ । ଏହି ପ୍ରବାସୀ ମେଳାରେ ୨୪ଟି ଦେଶର ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଅନେକ ଶିକ୍ଷଣୀୟ ବିଷୟବସ୍ତୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।