ଏଥର ରାଜଧାନୀର ରାଜାରାସ୍ତାରୁ ହଟିବ ରାଜନୈତିକ ପୋଷ୍ଟର। ଏପରିକି ସମସ୍ତ କାନ୍ଥ ବାଡରୁ ମଧ୍ୟ ଲେଖା ବି ଲିଭାଇବ ବିଏମସି । ଏହାସହ କାନ୍ଥ, ଗଛରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି। ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ।
ସୂଚନା ଅନୁସାରେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଥର ରାଜଧାନୀର ରାଜାରାସ୍ତାରୁ ହଟିବ ରାଜନୈତିକ ପୋଷ୍ଟର। ଏହାସହ କାନ୍ଥ, ଗଛରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି। ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ। ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ୱରରେ ରାଜନୈତିକ ବିବାଦ ଉପୁଜିଥିଲା । ତେବେ ପୂର୍ବରୁ ମଧ୍ୟ ସାଂସଦ ଅପରାଜିତାଙ୍କ ଲେଖା ଲିଭାଇ ଦେବା ଫଳରେ ବିଏମ୍ସି ଅଡୁଆରେ ପଡିଥିଲା। ଏଥିଲାଗି ବିଏମ୍ସି ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ସାରିଛି। ତେବେ ଏପରି ନିୟମ ଲାଗୁ ହେବା ଦ୍ୱାରା କୌଣସି ରାଜନୈତିକ ଦଳ ଆଉ ପୋଷ୍ଟର ଲଗାଇବେ ନାହିଁ କି ଏଥିପାଇଁ ରାଜନୈତିକ ଶତୃତା ମଧ୍ୟ ଦେଖା ଜୀବନାହିଁ।