ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କୌଣସି ଚାଳକଙ୍କ ଗାଡିକୁ ଜବତ କରିପାରିବନି ପୋଲିସ ଅଣ୍ଡରଟେକିଂ ଲେଖାଇ ଗାଡି ଫେରାଇବାକୁ ନିର୍ଦ୍ଦେଶ
Khabar Odisha:Police-have-not-been-able-to-seize-the-drivers-vehicle
କଟକ, ଏପ୍ରିଲ ୦୮ (ଖବର ଓଡ଼ିଶା):

କରୋନା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଲକଡାଉନ ବେଳେ ନିୟମ ଭାଙ୍ଗିବା ଅଭିଯୋଗରେ ପୋଲିସ୍ ତୁରନ୍ତ ଗାଡିକୁ ଅଟକାଇ ରଖି ପାରିବ ନାହିଁ। କିମ୍ବା ନିୟମ ଭାଙ୍ଗିବା ଆଳରେ ଗାଡିକୁ ଜବତ କରି ପାରିବ ନାହିଁ। ହାଇକୋର୍ଟ ଏବେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାରଙ୍କୁ । ଲକଡାଉନ୍ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ପୋଲିସ୍ ଗାଡି ଛାଡିବ। କିନ୍ତୁ ବାରମ୍ବାର ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କୁ ଚେତାଇ ଦେଇଛନ୍ତି ହାଇକୋର୍ଟ। ଯଦି ଜଣେ ଗାଡିଚାଳକ ତିନିଥର ନିୟମ ଖିଲାପ କଲେ ତେବେ ତାଙ୍କର ଜରିମାନା ଆଦାୟ କରିବ ପୋଲିସ।

ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ, ଲକଡାଉନ ବେଳେ ଯାତାୟତ କରିବାକୁ ଚାହୁଁଥିବା ଗାଡି ଚାଳକ କିମ୍ବା ଲୋକେ ଉଚିତ୍ କାରଣ ଦର୍ଶାଇ ଯାଇ ପାରିବେ। ଯଦି ସେମାନେ ଉଚିତ୍ କାରଣ ଦର୍ଶାଇ ନ ପାରିବେ, ତେବେ ପୋଲିସ୍‌ ସେମାନଙ୍କଠାରୁ ଅଣ୍ଡରଟେକିଂ ଲେଖେଇକି ଛାଡି ପାରିବ। ତେବେ ତିନି ଥର ନିୟମ ଖିଲାପ କଲେ ହିଁ ଜରିମାନା କାଟିବ ପୋଲିସ୍‌।

ଏହି ନିର୍ଦ୍ଦେଶ ସହ ହାଇକୋର୍ଟ କହିଛନ୍ତି ଯେ, ଲୋକଙ୍କ ଆବଶ୍ୟକତାକୁ ଧ୍ୟାନ ଦିଆଯିବା ଦରକାର। ସେମାନଙ୍କ ଘର ପାଖରେ ଅତ୍ୟାବଶ୍ୟକୀୟ ଜିନିଷ ଉପଲବ୍ଧ କରାଯିବା ନେଇ ସରକାର ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରନ୍ତୁ ଏହା ନ ହେବା ପର୍ଯ୍ୟନ୍ତ, ଗାଡି କଟକଣା ନିୟମ ଲାଗୁ ନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ବିଭିନ୍ନ ଥାନା ଦ୍ୱାରା ଜବତ ହୋଇଥିବା ଗାଡି ଗୁଡିକ ଅଣ୍ଡରଟେକିଂ ଲେଖାଇ ଛାଡି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  

  • Tags:

Subscribe

National International State Sports Entertainment