ଏପ୍ରିଲ୍ ମାସ ପ୍ରଥମ ସପ୍ତାହ ଶେଷ ହେବାକୁ ବସିଲାଣି। ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରେ ଏବେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ସହରର ଦୈନିକ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଛି। ତେବେ ଆଜି ଯାଏ ଲୋକଙ୍କ ସୁବିଧା ପାଇଁ ସହରରେ ଜଳଛତ୍ର ଟିଏ ମହାନଗର ନିଗମ ପକ୍ଷରୁ ଖୋଲାଯାଇ ନାହିଁ। ସମ୍ବଲପୁର ସହରର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ହୋଇଥିବା ବେଳେ ବିଭିନ୍ନ ସରକାରୀ ପ୍ରମୁଖ କାର୍ଯ୍ୟାଳୟ ମାନ ଏଠି ଥିବାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର ଲୋକ ଏଠାକୁ ପ୍ରତିଦିନ ଆସିଥାନ୍ତି।
ତେବେ ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପକ୍ଷରେ ଗ୍ରୀଷ୍ପ ପ୍ରବାହକୁ ଦୃଷ୍ଟି ଆଖି ଆଗରେ ରଖି ସହରର ସବୁ ପ୍ରମୁଖ ଛକ ମାନଙ୍କର ସାଧାରଣ ଲୋକଙ୍କ ସୁବିଧା ପାଇଁ ଜଳଛତ୍ର ଖୋଲିବା କଥା । ତେବେ ସହରରେ ତାପମାତ୍ରା ବୃଦ୍ଧି ପାଇବା ପରେ ବି ମହାନଗର ନିଗମ ପକ୍ଷରୁ ଜଳଛତ୍ର ଖୋଲାନଯିବା ନେଇ ସାଧାରଣରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।
ଅନ୍ୟପକ୍ଷରେ ସମ୍ବଲପୁର ସହରରେ ଗ୍ରୀଷ୍ମପ୍ରବାହ ପାଇଁ ଯଥାଶୀଘ୍ର ଜଳଛତ୍ର ଖୋଲାଯିବା ନେଇ ମହାନଗର ନିଗମ କାର୍ଯ୍ୟାଳୟ ଠାରେ କମିସନର ସୁଚନା ଦେଇଛନ୍ତି। କମିସନର ବେଦଭୁଷଣ ସୁଚନା ଦେଇଛନ୍ତି ଯେ ଗ୍ରୀଷ୍ମପ୍ରବାହ ପରିସ୍ଥିତିକୁ ନେଇ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଯଥାଶୀଘ୍ର ମହାନଗର ନିଗମ ପକ୍ଷରୁ ଜଳଛତ୍ର ଖୋଲିବାକୁ ନିଷ୍ପତି ନିଆଯାଇଛି।