ମୋ ବସ୍ ଡ୍ରାଇଭରମାନେ ମନ ଇଚ୍ଛା ଗାଡି ଚଳାଇବା ଏବଂ ଷ୍ଟପେଜ୍ ଓ ଗେଟ୍ ନ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାତ୍ରପଡା ବାସିନ୍ଦା। ଆଜି ସକାଳୁ ଭୁବନେଶ୍ବର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଆନ୍ଦୋଳନ କରିଛନ୍ତି ପାତ୍ରପଡ଼ା ନୋଡାଲ ହାଇସ୍କୁଲର ଛାତ୍ର ଛାତ୍ରୀମାନେ ଏବଂ ଗ୍ରାମବାସୀ। ମୋ ବସ୍ ଡିପୋ ଆଗରେ ପାତ୍ରପଡା ନୋଡାଲ ହାଇସ୍କୁଲ ରହିଛି। ପ୍ରତିଦିନ ମୋ ବସ ଡ୍ରାଇଭର ମାନେ ମନମାନି କରି ଗାଡି ଚଳାଉଛନ୍ତି। ଫଳରେ ପିଲାଙ୍କ ଆକ୍ସିଡେଣ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। କେହି ସେମାନଙ୍କ ଅଭିଯୋଗ ନ ଶୁଣିବା ହେତୁ ସେମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି।
ସୂଚନା ଅନୁସାରେ , ଭୁବନେଶ୍ୱର ପାତ୍ରପଡାରେ ମୋ’ ବସ୍ ବନ୍ଦ କଲେ ଗ୍ରାମବାସୀ। ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି ଏବଂ ମୋ ବସ୍ ଡ୍ରାଇଭରମାନେ ମନ ଇଚ୍ଛା ଗାଡି ଚଳାଉଛନ୍ତି। ଏମିତିକି ଗାଈ ଗୋରୁଙ୍କର ମଧ୍ୟ ଆକ୍ସିଡେଣ୍ଟରେହେଉଛି। ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମୋ ବସ କର୍ତ୍ତୃପକ୍ଷ କୌଣସି ଆକ୍ସନ ନନେବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ, ସ୍କୁଲ ଛାତ୍ର ଛାତ୍ରୀମାନେ ପାତ୍ରପାଦରେ ରାସ୍ତା ରୋକ କରିଛନ୍ତି। ଏଥିପାଇଁ ସକାଳୁ ପାତ୍ରପଡା ରୁଟ ଦେଇ କୌଣସି ଵସ ଚାଲିନାହିଁ। ଏହି ଆନ୍ଦୋଳନରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରା ରାଉତରାୟ ସାମିଲ ହୋଇଛନ୍ତି । ମୋ ବସର ଡ୍ରାଇଭରମାନେ ବାରମ୍ବାର ଏହିପରି ଦୁର୍ଘଟଣା ଘଟାଉଛନ୍ତି ଏବଂ ସେମାଙ୍କ ବିରୋଧରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ତେଣୁ ଏହି ବନ୍ଦ ଡାକରା କରିଛନ୍ତି ଏବଂ ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାତ୍ରପଡା ବାସିନ୍ଦା ।
ଅଧିକ ପଢନ୍ତୁ ; ନଭେମ୍ବର ୧୭ରେ ଛତିଶଗଡର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ