ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଶବାଣୀରେ ନିଜର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶ-ବିଦେଶର ଲୋକଙ୍କ ସହ ନିଜର ବିଚାର ରଖିଛନ୍ତି ପିଏମ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଏହା ୧୨୭ତମ ଏପିସୋଡ ଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୋରାପୁଟ କଫିର ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ । କୋରାପୁଟ କଫି ହେଉଛି ଓଡିଶାର ଗୌରବ । ଅନେକ ଲୋକ ଚାକିରି ଛାଡି କଫି ଚାଷ ପ୍ରତି ମନ ବଳାଉଛନ୍ତି । କଫି ଚାଷରେ ମହିଳାଙ୍କ ଭାଗିଦାରୀକୁ ନେଇ ପିଏମ ମୋଦୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହା ସହ ପିଏମ ମୋଦୀ ଜିଏସଟି ସଞ୍ଚୟ ଉତ୍ସବର ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଏଥର ସ୍ୱଦେଶୀ ବସ୍ତୁର କିଣାବିକା ବଢିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ଛଠ ପର୍ବ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଛଠ ମହାପର୍ବର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜର ଗଭୀର ଏକତାକୁ ପ୍ରତିଫଳିତ କରେ। ସମାଜର ପ୍ରତ୍ୟେକ ବର୍ଗ ଛଠ ଘାଟରେ ଏକାଠି ଠିଆ ହୋଇଛନ୍ତି। ଏହି ଦୃଶ୍ୟ ଭାରତର ସାମାଜିକ ଏକତାର ସବୁଠାରୁ ସୁନ୍ଦର ଉଦାହରଣ।
Also read: ଗଭୀର ଅବପାତରେ ପରିଣତ ହେଲା ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା