ବଲ୍ଲେ ବଲ୍ଲେ ଢ଼ାବା ଓ ଲଜକୁ ସିଲ୍ କରିବାକୁ ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ । ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବା ସିଲ କରିବା ନିର୍ଦ୍ଦେଶ ପରେ ଢ଼ାବାକୁ ଖାଲି କରାଯାଉଛି। ଧର୍ମଶାଳା ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଶୁକ୍ରବାର ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ। ଏହା ପରେ ଢାବାରେ ଥିବା ସାମଗ୍ରୀକୁ ଖାଲି କରାଯାଉଛି।
ଯାଜପୁର ଜିଲ୍ଲା ନେଉଳପୁର ଠାରେ ଥିବା ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ବଲ୍ଲେ ବଲ୍ଲେ ଢ଼ାବାକୁ ବନ୍ଦ କରିବା ପାଇଁ ଧର୍ମଶାଳା ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ । ଧର୍ମଶାଳା ବ୍ଲକ ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ କର୍ମଚାରୀ ମାନେ ସେଠାରେ ପହଂଚି ତିନିଦିନ ମଧ୍ୟରେ ଢ଼ାବା ବନ୍ଦ କରିବାକୁ ଲଟକା ଲଗାଇଛନ୍ତି। ଢ଼ାବାଟି ବେଆଇନ ଭାବେ ଚାଲୁ ଥିବା ନେଇ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା। ମାତ୍ର ଏବେ ଢ଼ାବାଟି ବନ୍ଦ ରହିଥିବାରୁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପାଇଁ କେବଳ ଲଟକା ଜାରି କରାଯାଇଛି।
କିଏ କେଉଁ ଉଦେଶ୍ୟରେ ଏହି ଢ଼ାବାଟି ଚଳାଉ ଥିଲେ ସେ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ଜାରିରହିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଅଭିଯୋଗ ହୋଇଛି ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା। ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା। ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ୍।