ଗଜପତି :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜ ପ୍ରସାଦ ରେ ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉଡ଼ିଲା ତ୍ରିରଙ୍ଗା। ଏହି ରାଜ ପ୍ରସାଦ ଯେଉଁଠାରୁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ବିଗୁଲ୍ ବାଜିଥିଲା ଆଜି ସେହି ରାଜପ୍ରସାଦରେ ସାଧାରଣତନ୍ତ୍ର ଦିବସ ଅବସରରେ ଉଡିଛି ତ୍ରିରଙ୍ଗା।
ପ୍ରତିବର୍ଷ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏହି କାର୍ଯ୍ୟକ୍ରମ ଏଠାରେ ମହା ସମାରୋହରେରେ ପାଳିତ ହୋଇଥାଏ । ଗଜପତି ଜିଲ୍ଲାର ଏକ ସଂସ୍ଥା ଲୋକ ସମ୍ପର୍କ ଦ୍ବାରା ଜଡିତ ପାରଳାଖେମୁଣ୍ଡି ମହାରାଜାଙ୍କ ସହ ଜଡ଼ିତ ଥିବା ସଙ୍ଗଠନ ଗଜପତି ଜିଲ୍ଲା ନାଗରିକ କମିଟିର ଦ୍ବାରା ଆୟୋଜିତ କରାଯାଇଥାଏ।ପୂର୍ବରୁ ଏହାକୁ ତତ୍କାଳୀନ ମହାରାଜା ଗୋପିନାଥ ଗଜପତି ଏହାକୁ ସମାପନ କରୁଥିଲେ। ପରେ ତାଙ୍କର ଦେହାନ୍ତ ପରେ ମହିଦେଇ କଲ୍ୟାଣୀ ଗଜପତି ଙ୍କ ଦ୍ଵାରା ଆୟୋଜିତ ହେଉଛି। ଆଜି ପତାକା ଉତ୍ତୋଳନ ସମୟରେ ଗଜପତି ନାଗରିକ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।