ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ।ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ସେହିପରି କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ବିଡ଼ାନାସୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତାକା ଉତ୍ତୋଳନ କରିଛନ୍ତି।ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ। ଆଜିର ପବିତ୍ର ଦିନରେ 'ବିକଶିତ ଭାରତ, ବିକଶିତ ଓଡ଼ିଶା'ପାଇଁ ଶପଥ ନେବା ପାଇଁ ଆହ୍ବାନ କରିଛନ୍ତି।
ଗାନ୍ଧିମାର୍ଗରେ ଚାଲିଛି ଏନସିସି ଛାତ୍ରଛାତ୍ରୀଙ୍କ ପରେଡ । ୪୯ ମାର୍ଚ୍ଚିଂ କଣ୍ଟିନଜେଣ୍ଟ ଦ୍ବାରା ପରେଡ୍ ପ୍ରଦର୍ଶିତ କରାଯାଉଛି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୁଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ପରେଡରେ ଅଂଶଗ୍ରହଣ କରିଛନ୍ତି ।