ସମ୍ବଲପୁର ସହରର ରିଜର୍ଭ ପୋଲିସ ପଡ଼ିଆ ଠାରେ ୭୬ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏଥିରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ନିଜର ଅଭିଭାଷଣ ରଖିବା ସମୟରେ ମୁଖ୍ୟ ଅତିଥି ସମ୍ବଲପୁର ଜିଲ୍ଲାପାଳ ସ୍ୱାଧୀନତା ସଂଗ୍ରାମରେ ସମ୍ବଲପୁର ଜିଲ୍ଲାର ସଂଗ୍ରାମୀ ମାନଙ୍କ ଅବଦାନ ଓ ବଳିଦାନର କଥା ମନେ ପକେଇଥିଲେ l ଏହା ସହ କଳା, ସଂସ୍କୃତି କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ଅତୁଳନୀୟ ଅବଦାନ ବିଷୟରେ ଜିଲ୍ଲାପାଳ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଏଥିସହ ସମ୍ବଲପୁର ଜିଲ୍ଲା ତଥା ରାଜ୍ୟକୁ ଆହୁରି ଅଧିକ ବିକଶିତ କରିବା କାର୍ଯ୍ୟରେ ସମସ୍ତେ ଏକଜୁଟ ହୋଇ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ସମ୍ବଲପୁର ଠାରେ ସବୁଠି ସମସ୍ତେ ଆଜିର ଦିନରେ ଜାତୀୟ ପତାକା ଉତ୍ତୋଳନ ସହ ଉତ୍ସାହ ସହକାରେ ମିଳିମିଶି ସବୁ କାଯ୍ୟକ୍ରମକୁ ସେଲିବ୍ରେସନ କରିଥିବା ସୁଚନା ମିଳିଛି। ସେହିପରି ସମ୍ବଲପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା।