କଟକ : ସନାତନ ଧର୍ମର ପ୍ରଚାର ପାଇଁ ଯୁବକଙ୍କ ଅଭିନବ ପ୍ରୟାସ। ଓଡିଶାରୁ ପ୍ରୟାଗରାଜକୁ ସାଇକେଲରେ ଯାତ୍ରା । ପ୍ରୟାଗରାଜ ପରେ ଅଯୋଧ୍ୟାକୁ ମଧ୍ଯ ସାଇକେଲରେ ଯାତ୍ରା କରିବେ । ଏହି ଯୁବକଙ୍କ ନାମ କିରନ୍ କୁମାର୍ ସେଠୀ, ଘର ଗଞ୍ଜାମ ଛତ୍ରପୁର। ହେଲେ ଏବେ ସେ ରହିଛନ୍ତି ବେଶ୍ ଚର୍ଚ୍ଚାରେ। କାରଣ ଯୁବ ବୟସରୁ ସନାତନ ଧର୍ମର ପ୍ରଚାର ପାଇଁ ତାଙ୍କର ଏକ ଅଭିନବ ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।
ପବିତ୍ର କୁମ୍ଭମେଳାରେ ଯୋଗ ଦେବା ପାଇଁ ଏହି ଯୁବକ ଜଣକ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରୟାଗରାଜ ଯିବା ସହ ସେହି ଠାରୁ ହିଁ ସେ ଅଯୋଧ୍ୟା ମଧ୍ୟ ଯିବେ ବୋଲି କହିଛନ୍ତି । ଏଥିପାଇଁ ତାଙ୍କୁ ୧୫ ରୁ ୨୦ ଦିନ ସମୟ ଲାଗିପାରେ। ଯାତ୍ରାରେ ଯିବା ବାଟରେ ସେ ଲୋକଙ୍କ ମନରେ ସନାତନ ଧର୍ମର ବିଶ୍ବାସ , ଗାରିମା ସମ୍ପର୍କରେ ବୁଝାଉଛନ୍ତି। ଏଭଳି ସାଇକେଲ ରେ ଯାତ୍ରା କରିବା ର ଉଦ୍ଦେଶ୍ୟ ହେଉଛି ସନାତନ ଧର୍ମ ର ପ୍ରଚାର ଏବଂ ଯୁବ ପିଢ଼ି ଙ୍କୁ ମହାକୁମ୍ଭମେଳାକୁ ଯିବାକୁ ଉତ୍ସାହିତ କରିବା ତାଙ୍କର ଲକ୍ଷ୍ଯ ରହିଛି । ଏହି ଯାତ୍ରା ସମୟରେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେବା ସହ ନିଜସ୍ଵ ଭିଡିଓ ବନାଉଛନ୍ତି । ଏହି ଭିଡିଓକୁ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରି ଭିଡିଓ ମାଧ୍ୟମରେ ଅନେକ ଯୁବପିଢିଙ୍କୁ ଏହା ଦ୍ଵାରା ଆକୃଷ୍ଟ କରି ପାରିବେ ବୋଲି ସେ ଆଶା ରଖିଛନ୍ତି ।