ଭୁବନେଶ୍ୱର : ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କଲା ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ସାଦିକୁଲ୍ ଇସଲାମ। ତେଣୁ ଖାରବେଳନଗର ପୋଲିସ ସାଦିକୁଲକୁ ଗିରଫ କରି ପଚରାଉଚରା କରୁଛି। ଗିରଫ ବେଳେ ପୋଲିସ ସାଦିକୁଲ୍ ନିଜାତରୁ ଏକ ମୋବାଇଲ ଫୋନ ଏବଂ ବାଇକ ଜବତ କରିଛି। ତେବେ ଅଭିଯୁକ୍ତ ନାଁରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି ।
ସୂଚନା ଅନୁସାରେ , ଗତ ଏପ୍ରିଲ ମାସ ୨୨ ତାରିଖରେ ୟୁନିଟ୍-୩ ଅଞ୍ଚଳର ଅର୍ଚ୍ଚନା ସାହୁ ଖଣ୍ଡିଆ ପାର୍କ ଆଡକୁ ବୁଲିବାକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ସାମ୍ନା ପାର୍ଶ୍ୱରୁ କଳା ହେଲମେଟ୍ ସହ ନମ୍ବର ପ୍ଲେଟ୍ ନଥିବା ଏକ ଲାଲ ରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟିରେ ଆସି ତାଙ୍କ ବେକରୁ ୧୨ ଗ୍ରାମ ଓଜନର ସୁନା ଚେନ ଝାମ୍ପିନେଇଥିଲା। ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅର୍ଚ୍ଚନା। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ସାଦୀକୁଲକୁ ମାଷ୍ଟର କ୍ୟାଣ୍ଟିନ୍ ଛକ କେଶରୀ ହୋଟେଲ ନିକଟରୁ ଗିରଫ କରିଛି ଖାରବେଳନଗର ପୋଲିସ।