ପିପିଲି : ନିଖୋଜ ନବବଧୂଙ୍କର ମିଳିଲା ସନ୍ଧାନ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଲୱେ ଷ୍ଟେସନ ନିକଟରୁ ଠାବ କଲା ପୋଲିସ। ତେବେ ଶୁଶୁର ଘର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ବୋହୁ ପାଣିରେ ବୁଡିଯାଇଥିଲା। ହେଲେ ଝିଅଟି ନିରାକାରପୁର ରେଲୱେ ଷ୍ଟେସନରେ ମିଳିବା ସମସ୍ତଙ୍କ ମନରେ ଏକ ସନ୍ଦେହ ଜାତ କରୁଛି। ତେଣୁ ନବବଧୂଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଗତ ଦୁଇମାସ ତଳେ କାଳିଘଡି ଗାଁର ରାମଚନ୍ଦ୍ର ସାମନ୍ତରାୟଙ୍କ ଝିଅ ସେହି ଗ୍ରାମର ରବୀନ୍ଦ୍ର ଚମ୍ପତିଙ୍କୁ ବିବାହ କରିଥିଲେ। ଶନିବାର ବୋହୂ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିବା ଶାଶୂଘର ଲୋକ କହିଥିଲେ। ଏହାପରେ ବାପଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକଳୁ ଆଧାର କରି ପୋଲିସ ଓ ଓଡ୍ରାଫ୍ ଟିମ ଶନିବାର ରାତି ତମାମ ନବବଧୂଙ୍କୁ ଖୋଜାଖୋଜି କରି ନୟାନ୍ତ ହୋଇଥିଲେ। ହେଲେ ଆଜି ସକାଳେ ନିରାକାରପୁର ରେଲୱେ ଷ୍ଟେସନ ନିକଟରେ ନବବଧୂଙ୍କର ସନ୍ଧାନ ପାଇଥିଲା ପୋଲିସ।
ଅଧିକ ପଢନ୍ତୁ ; ବରଯାତ୍ରୀ ବେଶରେ ଲୁଟେରା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ