ସମ୍ବଲପୁର : ଆରମ୍ଭ ହୋଇଯାଇଛି ଇଂରାଜୀ ନବବର୍ଷ 2025 । ତେବେ ଘଟଣା,ଦୁର୍ଘଟଣା ଅପୂରଣୀୟ ସ୍ମୃତି ସହିତ ବିଦାୟ ନେଇଛି ପୁରଣା ବର୍ଷ 2024 ଆଉ ତା ସାଥିରେ ନୂତନ ଆଶାର ନୂଆ କିରଣ ନେଇ ଆଗମନ ହୋଇଛି ନବବର୍ଷ 2025 । ଏଥର ଧୂମଧାମରେ ସମ୍ବଲପୁର ବାସିନ୍ଦା ନବବର୍ଷ ପ୍ରଥମ ସକାଳର ସ୍ବତନ୍ତ୍ର ମୁହୁର୍ତ୍ତକୁ ସ୍ବାଗତ କରିଛନ୍ତି । ଆଜି ହେଲା ଇଂରାଜୀ ନବ ବର୍ଷର ପ୍ରଥମ ଦିନ, ପ୍ରଥମ ଦିନ ପ୍ରଥମ ସୂର୍ଯ୍ୟ ପ୍ରକାଶ ଧରାପୃଷ୍ଠକୁ ଛୁଇଁଛି।
ସବୁଠି ନୂତନ ଆଶା ସହ ନୂତନ ଉଦ୍ଦୀପନା ମଧ୍ୟରେ ଲୋକେ ସ୍ବାଗତ କରିଛନ୍ତି ଏହି ନୂତନ ବର୍ଷକୁ 2025କୁ। ଆଜି ନୂଆବର୍ଷ 2025 ର ପ୍ରଥମ ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ପିଠରେ ଭକ୍ତ କରିଥିଲେ ମାଁଙ୍କ ଦର୍ଶନ । ମାଁଙ୍କ ମନ୍ଦିରକୁ ସମ୍ବଲପୁର ଜିଲ୍ଲା ଓଡିଶା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟର ମଧ୍ୟ ବହୁ ଶ୍ରଦ୍ଧାଳୁ ଆସି ମାଁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ମାଁଙ୍କ ମନ୍ଦିର ଠାରେ ନବବର୍ଷ ପାଇଁ ଆଜି ଭକ୍ତଙ୍କ ଅସଂଖ୍ୟ ଭିଡକୁ ଦୃଷ୍ଟିରେ ରଖୁ ସମ୍ବଲପୁର ପୋଲିସ ତରଫରୁ
ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ବର୍ଷର ପ୍ରଥମ ଦିନ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରି ଆଶିର୍ବାଦ ନେଲେ ବର୍ଷ ତମାମ ସୁଖଶାନ୍ତିରେ ବିତିଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଅସଂଖ୍ୟ ଭକ୍ତ ଙ୍କ ସମାଗମ ଆଜି ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିର ଠାରେ ଦେଖାଦେଇଥିଲା ।ନୂଆ ବର୍ଷକୁ ସମ୍ବଲପୁର ରେ ସବୁଠି ସ୍ବାଗତ କରାଯାଇ ନୂତନ ବର୍ଷ ସମସ୍ତଙ୍କୁ ପାଇଁ ନୂତନ ସଫଳତା ଆଣିଦେଉ ଏହା ହିଁ ସହରବାସୀ କାମନା କରିଛନ୍ତି।