ଆରମ୍ଭ ହେଲା ନାଟମଣ୍ଡପ ମରାମତି କାର୍ଯ୍ୟ । ଅଧାରେ ରହିଥିବା ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ଏଏସଆଇର ୩୫ ଜଣ କୁଶଳୀ କାରିଗର ନାଟମଣ୍ଡପ ମରାମତି କାମକୁ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନାଟମଣ୍ଡପ ମରାମତି ପାଇଁ ଭାରା ବନ୍ଧା ହୋଇଛି । ମଧ୍ୟାହ୍ନ ସମୟରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ଏହି ମରାମତି କାର୍ଯ୍ୟ ସନ୍ଧ୍ୟା ୭ଟା ଯାଏଁ କରାଯିବ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି ।
ତେବେ ପୂର୍ବରୁ ନାଟମଣ୍ଡପ ମରାମତି କାର୍ଯ୍ୟ ପାଇଁ ବିବାଦ ଲାଗି ରହିଥିଲା । ଶେଷରେ ନାଟମଣ୍ଡପ କାର୍ଯ୍ୟ ଆରମ୍ଭ ପାଇଁ ଏଏସଆଇଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହା ପରେ ନାଟମଣ୍ଡପ କାମ ଆରମ୍ଭ ହୋଇଥିଲା । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିବା ବେଳେ ବର୍ତ୍ତମାନ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ ବୋଲି କୁହାଯାଇଛି । ତେବେ ଏହା କେଉଁ ଡିଜାଇନ ହେବ ତାହା ମଧ୍ୟ ଚୂଡ଼ାନ୍ତ ହୋଇଯାଇଛି । ନାଟମଣ୍ଡପ ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା,ଏଏସଆଇ ପକ୍ଷରୁ ପ୍ରସ୍ତୁତି ଚାଲିଛି ।
ଅଧିକ ପଢନ୍ତୁ :ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ