ବାଲେଶ୍ୱର : ଭିଜିଲାନ୍ସ ଜାଲରେ ଜଳେଶ୍ୱର ମ୍ୟୁନିସିପାଲିଟି ଡିଲିଂ ଅଫିସର ଏବଂ ଆସିଷ୍ଟାଣ୍ଟ କ୍ଲର୍କ। ବିଲ ପାସ କରିବା ପାଇଁ ଜନୈକ ଠିକାଦାରଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ।
ସୂଚନା ଅନୁଯାୟୀ ଜଳେଶ୍ୱର ପୌରାଞ୍ଚଳ ଅଧିନସ୍ଥ ସ୍ବଚ୍ଛ ସର୍ବେକ୍ଷଣର ବିଲ ପାସ କରିବା ପାଇଁ ୧ ଲକ୍ଷ ଟଙ୍କା ବିଲ ପାସ କରାଇବାକୁ ୧୦ ହଜାର ଦାବି କରିଥିଲେ ଡିଲିଂ ଅଫିସର ବ୍ରଜ ଗୋପାଳ ଘୋଷ ଏବଂ ଜୂନିୟର କ୍ଲର୍କ ରତିକାନ୍ତ ପାତ୍ର । ଠିକାଦାର ତାଙ୍କ କଥାରେ ରାଜି ହୋଇ ୧୦ ହଜାର ଟଙ୍କା ଦେଇ ଜିଲ୍ଲା ଭିଜିଲାନ୍ସ ଅଫିସକୁ ଖବର ଦେଇଥିଲେ । ଭିଜିଲାନ୍ସ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଏହି ଚଢାଉ କରି ନଗଦ ୧୦ ହଜାର ଟଙ୍କା ଜବତ କରିଥିଲେ ।
ତେବେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଟଙ୍କା ଜବତ କରିବା ସହିତ କମ୍ପ୍ୟୁଟରର ହାର୍ଡ ଡିସ୍କ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ବ୍ରଜଗୋପାଳଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।