ଝାରସୁଗୁଡ଼ା: ଖୁବଶୀଘ୍ର ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ପରବର୍ତ୍ତନ ଆଣିବେ ସରକାର । ଯେଉଁଥିରେ ରହିଛି ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚ୍ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ। ସୋମବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବରେ ପରିଗଣିତ କରାଯିବ । ଯାହାର ୨ ଡେସିମିଲ ଜମି ଥିବା ତାକୁ ଅତିରିକ୍ତ ଦୁଇ ଡେସିମିଲ ଜମି ଦେବୁ କ୍ଷ ଯାହାର ୩ ଡେସିମିଲ ଥିବ ତାକୁ ୧ ଡେସିମିଲ ଜମି ଦିଆଯିବ। ତାହାବି ପୁଣି, ଯେଉଁ ସ୍ଥାନରେ ଲୋକଙ୍କ ଜମି ଥିବ ସେହି ସ୍ଥାନରେ ଦେବାକୁ ଜମି ଦେବାକୁ ଚେଷ୍ଟା କରାଯିବ।
ସେ ଆହୁରି କହିଛନ୍ତି ସରକାରଙ୍କ ଠାରୁ ମିଳୁଥିବା ଏହି ଜମିକୁ ୧୦ ବର୍ଷ ପରେ ହିତାଧିକାରୀମାନେ ବିକ୍ରି କରିପାରୁଥିଲେ ହେଲେ, ନୂଆ ନିୟରେ ଏହି ଜମି ଆଦୌ ବିକ୍ରି ହୋଇପାରିବ ନାହିଁ ବରଂ ଉତ୍ତରାଧିକାରୀ ସୂତ୍ରରେ ଦାୟାଦମାନେ ପାଇବେ କ୍ଷ
ସେହିଭଳି ରାଜସ୍ୱ ସେବାରେ ଅନେକ ନିୟମ ଆସିବ। ପ୍ରଚଳିତ ସମସ୍ତ ନିୟମର ସରଳୀକରଣ କରାଯିବ। ଲୋକେ ସହଜରେ ବିଭିନ୍ନ ସାର୍ଟିଫିକେଟ ପାଇ ପାରିବେ ସେନେଇ ମଧ୍ୟ ନୂଆ ଗାଇଡ ଲାଇନ ଆସିବ ବୋଲି ରାଜସ୍ବମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।