ସୋରୁମ ମାଲିକଙ୍କ ନିର୍ଯ୍ୟାତନା ସହି ନପାରି କର୍ମଚାରୀଙ୍କ ଆତ୍ମହତ୍ୟା
Khabar Odisha:Man-commits-suicide-in-Bhadrak
ଭଦ୍ରକ,ଜୁଲାଇ ୦୧ (ଖବର ଓଡ଼ିଶା):


ଭଦ୍ରକ ସହରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସହରର ଏକ ଗାଡି ଶୋରୁମରେ କାମ କରୁଥିବା ଜଣେ କର୍ମଚାରୀ ସୋରୁମ ମାଲିକଙ୍କ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରିଛନ୍ତି । ମୃତ କର୍ମଚାରୀ ଜଣକ ହେଉଛନ୍ତି ଭଦ୍ରକ ଟାଉନ ଥାନା ଗବ ସାହିର ଚିତ୍ତ ରଞ୍ଜନ ଜେନା ।


 ଗତ କିଛି ଦିନ ହେଲା ଗାଡି ସୋରୁମ ମାଲିକଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା । ଏହାକୁ ନେଇ ସେ ମାନସିକ ଅବସାଦ ଥିଲେ । ଗତ କାଲି ରାତିରେ ନିଜ ଘରୁ ଆସି ସୋରୁମ ପଛରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଶରୀର ନିକଟରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି । ଯାହାକି ସୋରୁମ ମାଲିକଙ୍କ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ସେଠାରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ସୋରୁମ ମାଲିକଙ୍କ ମାନସିକ ଚାପ ଯୋଗୁ ସେ ଆତ୍ମ ହତ୍ୟା କରି ଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।

  • Tags:

Subscribe

National International State Sports Entertainment