ଆଜିଠୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ମାଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଚଳିତ ବର୍ଷ ମାଆ ଅଗ୍ନିରୂପା ମନ୍ଦିରର ପଶ୍ଚିମ ପାଶ୍ୱର୍ରେ ଉଭା ହୋଇଛନ୍ତି । ଏବଂ ପ୍ରଥମ ଦିନରେ ଭକ୍ତମାନେ ମାଆଙ୍କୁ ଧୂପ, ଝୁଣା, ଘିଅ, ଉଖୁଡା ଏବଂ ଝୋଟ ଦେଇ ପୂଜା କରିଛନ୍ତି । ମଧ୍ୟାହ୍ନରେ ଆଲମ ଶୋଭାଯାତ୍ରା ହେବା ସହ ସନ୍ଧ୍ୟାରେ ହିଙ୍ଗୁଳା ଲୋକ ମହୋତ୍ସବ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଭୀଷଣ ଖରା ଅନୁଭୂତ ହେଉଥିବାରୁ ବିଭିନ୍ନ ଜାଗାରେ ପାନୀୟ ଜଳର ବ୍ୟବସ୍ଥା କରାଯଯାଇଛି । ଏବଂ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୦ ପ୍ଲାଟୁନ ପୋବିସ ଫୋର୍ସ ମୃତୟନ କରାଯାଇଛି ।