କଟକ : କଟକ ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିବାରୁ ଗତ ମେ’ ୨୯ ତାରିଖରେ ତାଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସୁସ୍ଥ ହେବା ପରେ ଆଜି ତାଙ୍କୁ ଡିସ୍ଚାର୍ଜ କରାଯାଇଛି ।
ସୂଚନା ଅନୁସାରେ, ମେ’ ୨୮ ତାରିଖରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇଥିଲେ । ତାଙ୍କୁ ମେ’ ୨୯ ତାରିଖରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ବ୍ଲଡ୍ ପ୍ରେସର ଓ ସୁଗାର ବଢ଼ି ଯାଇଥିଲା। ଗତ ମେ’ ୨୫ ତାରିଖରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ଭଙ୍ଗା ଅଭିଯୋଗରେ ଗିରଫ କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଶାନ୍ତ ଜଗଦ୍ଦେବ ଜାମିନ୍ ପାଇଁ ଆବେଦନ କରିଥିଲେ । ଜୁନ୍ ୭ ତାରିଖରେ ତାଙ୍କୁ ୩ ଦିନ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି । ଆଜି ତାଙ୍କର ଜାମିନ ଆରମ୍ଭ ହୋଇଛି ।