ରାଜ୍ୟରେ ବଢିବ ଲକ୍‌ଡ଼ାଉନ୍ ! ଆଜି ୪.୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌
Khabar Odisha:Lockdown-will-increase-in-the-state-The-Secretary-Generals-Presmit-at-930-am-today
ଭୁବନେଶ୍ୱର, ମେ ୧୫ (ଖବର ଓଡ଼ିଶା):

 ରାଜ୍ୟରେ ବଢୁଛି କରୋନା ମହାମାରୀ ର ଦ୍ୱିତୀୟ ଲହର । ଯାହାକୁ ନେଇ ସାରା ରାଜ୍ୟବାସୀ ଏବେ ଭୟଭିତ ହୋଇପଡ଼ିଛନ୍ତି । ତେବେ ଏହାରି ଭିତରେ ରାଜ୍ୟରେ ଲକଡ଼ାଊନ୍ ଓ ସଟ୍‌ଡ଼ାଉନ୍ ଚାଲିଥିଲେ ମଧ୍ୟ ଏହା କିଛି କାମ ଦେଉନାହିଁ ।

ଆଜି ଏହି କରୋନା କୁ ନେଇ ଅପରାହ୍ନ ୪.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର‌୍ୟ୍ୟକ୍ରମ ରହିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସମିଟ କରିବେ ।

ଏହି ପ୍ରେସମିଟରେ ଏନଏଚଏମ ନିର୍ଦ୍ଦେଶିକା ଓ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । ତେବେ ଏହି ପ୍ରେସମିଟରେ ମୁଖ୍ୟ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇପାରେ ।

ଅନ୍ୟପକ୍ଷରେ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଜାରି ଲକଡାଉନ ଅବଧିକୁ ବୃଦ୍ଧି ନେଇ ଏହି ପ୍ରେସମିଟରେ ଘୋଷଣା ହୋଇପାରେ ବୋଲି ଆଶଙ୍କା କରାଯାଉଛି । 

  • Tags:

Subscribe

National International State Sports Entertainment