ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର
Khabar Odisha:Lightning-strikes-in-different-parts-of-the-state-2-killed-2-injured
ଭୁବନେଶ୍ୱର, ମେ ୨୨(ଖବର ଓଡିଶା):

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଛି । ଏହି ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପଣସଡିହାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । 

ଦୁଇ ଗୁରୁତରଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଚିଲିକା ବ୍ଲକ ନଈରୀ ମାଛ ଜେଟି ନିକଟରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ସେପଟେ ତାତିରୁ ମିଳିଲା ଆଶ୍ୱସ୍ତି । ପ୍ରବଳ ଗରମ ଭିତରେ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ୱରରେ ବି କାଳବୈଶାଖୀ ବର୍ଷା ହୋଇଛି । 

ଶନିବାର ମଧ୍ୟ ରାତ୍ରିରେ ଜୋର ଘଡଘଡି ସହ ବର୍ଷା ହୋଇଛି । ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଳା ରହିବା ସହିତ ହାଲକା ବର୍ଷା ହେଉଛି । 

  • Tags:

Subscribe

National International State Sports Entertainment