ବର୍ତମାନ ସମୟରେ ପ୍ରତେକ ଟୁ ହୁଇଲର ,ଫୋର ହୁଇଲର ବା ତାଠାରୁ ଅଧୀକାଚକା ଥିବା ଗାଡି ସବୁଥିରେ ନମ୍ବର ପ୍ଲେଟେ ଲାଗିବା ବାଧ୍ୟତା ମୂଳକ ଅଟେ । କାରଣ ଏହା ଦ୍ୱାରା ସମ୍ପୂର୍ଣ ତଥ୍ୟ ପାଇପାରିବା ।ଏହାଦ୍ୱରା ଲୋକ ମାନଙ୍କର ବହୁତ ଉପକାର ହେବା ସହିତ ଆମେ ଅପରାଧକୁ ମଧ୍ୟ ରୋକିପାରୁଛେ । ଯେମିତିକି :- ଇନ୍ସୁରାନ୍ସ ,ଓନର୍ ସିପ୍ ମଧ୍ୟ ପାଇପାରୁଛେ ।
ଜାଣିବା କେବେ ବାହାରିଥିଲା ନମ୍ବରପ୍ଲେଟେ :-
ଏହା ପ୍ରଥମେ 14 ଅଗଷ୍ଟ ୧୮୯୩ରେ ପ୍ୟାରିସ୍ ପୋଲିସ୍ ଅର୍ଡିନାନ୍ସ ଲାଗୁ ହେବା ସହିତ ଫ୍ରାନ୍ସ ପ୍ରଥମ ଦେଶ ଥିଲା ଏବଂ ପରେ ୧୮୯୬ମସିହାରେ ଜର୍ମାନୀ ଅନୁସରଣ କରିଥିଲା।ଯୁକ୍ତରାଷ୍ଟ୍ରର ପ୍ରଥମ ଲାଇସେନ୍ସ ପ୍ଲେଟଗୁଡିକ୧୯୦୧ମସିହାରେ ନ୍ୟୁୟର୍କରେ ଦିଆଯାଇଥିଲା ।ତଥାପି,ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଅଟୋମୋବାଇଲ୍ ନିୟମ ଥିଲା,ତେଣୁ ନିୟମାବଳୀ ଅଞ୍ଚଳ ଅନୁଯାୟୀ ଭିନ୍ନ ଥିଲା ।ଗାଡି ପଞ୍ଜୀକରଣ ବ୍ୟବସ୍ଥାର ଆବଶ୍ୟକତାକୁ ଲକ୍ଷ କରି ବ୍ରିଟେନ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ।୧୯୦୩ ମସିହାରେ,ମୋଟର କାର୍ ଆକ୍ଟ ସମସ୍ତ ଯାନ ପାଇଁ ଲାଇସେନ୍ସ ପ୍ଲେଟ୍ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରିଥିଲା।୧୯୦୦ମସିହାରେ ଅକ୍ଷର ଏବଂ ସଂଖ୍ୟା ସହିତ କାର୍ ଲାଇସେନ୍ସ ପ୍ଲେଟ୍ ଆବଶ୍ୟକ କରୁଥିବା ସ୍ପେନ୍ ପ୍ରଥମ ଦେଶ ଥିଲା ।
ଭାରତରେ କେଵେହୋଇ ହୋଇଥିଲା :-୧୯୪୭ ମସିହା ଦେଶସ୍ୱଧିନତା ପରେ ଭାରତରେ ପ୍ରତେକ ଗାଡି ଉପରେ ନମ୍ବରପ୍ଲେଟ ସ୍ଥାପନ କରାଯାଇଥିଲା ଭାରତରେ ନମ୍ବର ପ୍ଲେଟରେ ଗାଡି ପଞ୍ଜୀକରଣ ନମ୍ବର, ଷ୍ଟେଟ କୋଡ୍ ଏବଂ ଯାନର ପ୍ରକାର ଲେଖାଯାଇଛି। ଆଜିକାଲି, ନମ୍ବର ପ୍ଲେଟଗୁଡିକ କେବଳ ଯାନ ଚିହ୍ନଟ କରିବାର ମାଧ୍ୟମ ନୁହେଁ । ଅନେକ ଦେଶରେ, ନମ୍ବର ପ୍ଲେଟରେ ଗାଡିର ମାଲିକ ବିଷୟରେ ବିଭିନ୍ନ ପ୍ରକାରର ସୂଚନା ରହିଥାଏ, ଯେପରିକି ଯାନ ମଡେଲ, ଇଞ୍ଜିନ ନମ୍ବର, ଚେଚିସ୍ ନମ୍ବର ଇତ୍ୟାଦି ।
ଏବେ ଆମେ ଜାଣିବା ଗାଡ଼ିରେ ନମ୍ବର ପ୍ଲେଟ କାହିଁକି ଲଗାଇବା ତାର ଆମକୁ କଣ ବେନିଫିଟ ମିଳେ :-
ନମ୍ବର ପ୍ଲେଟ୍ ମାଧ୍ୟମରେ ଯାନଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ,ଦୁର୍ଘଟଣା ଘଟଣାରେ ଅପରାଧୀଙ୍କୁ ଖୋଜିବା ସହଜହେବ।ଟିକସ ସଂଗ୍ରହ:ନମ୍ବର ପ୍ଲେଟ ମାଧ୍ୟମରେ ଯାନ ମାଲିକଙ୍କଠାରୁ ଟିକସ ସଂଗ୍ରହ କରାଯାଏ । ଟ୍ରାଫିକ୍ ନିୟନ୍ତ୍ରଣ: ନମ୍ବରପ୍ଲେଟ୍ ମାଧ୍ୟମରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହଜ ହୋଇଯାଏ।ଅପରାଧ ନିୟନ୍ତ୍ରଣ: ଚୋରି ହୋଇଥିବା ଗାଡି ଖୋଜିବାରେ ନମ୍ବର ପ୍ଲେଟ୍ ବହୁତ ଉପଯୋଗୀ