ଭୁବନେଶ୍ୱର : ସକାଳୁ ସକାଳୁ ଜାରି ରହିଛି କୋହଲା ପାଗ ସାଙ୍ଗକୁ କୁହୁଡି। ଫଳରେ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହୋଇପାରୁନାହାନ୍ତି। ତେବେ କିଛିଦିନ ହେବ ରାଜ୍ୟରେ ମଧ୍ୟ ଜାରି ରହିଥିଲା ତୁହାକୁ ତୁହା ବର୍ଷା। ହେଲେ ଆଜିଠୁ କମିବ ବର୍ଷା ପରିମାଣ। ରାଜ୍ୟରେ ୧୧ତାରିଖ ଯାଏ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ପୂରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଆସନ୍ତାକାଲି ମଧ୍ୟ କିଛି କିଛ ସ୍ଥାନରେ ମାଧ୍ୟମ ଧାରଣର ବର୍ଷା ହୋଇପାରେ। ତେବେ ପାଗ କୋହଲା ରହିବା ଫଳରେ ଚାଷ କାର୍ଯ୍ୟ ପାଇଁ ମଧ୍ୟ ଆଜି ପାଗ ସ୍ୱାଭାବିକ ଅଛି।