ଭୁବନେଶ୍ୱର: ଆସନ୍ତାକାଲି ଭାଦ୍ରବ ପୂର୍ଣ୍ଣିମା ଏବଂ ଭାଗବତ ଜନ୍ମ । ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ସମ୍ପୂର୍ଣ୍ଣ ଭାରତକୁ ଦୃଶ୍ୟମାନ ହେବ । ସେଥିଲାଗି ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ଚନ୍ଦ୍ର ଗ୍ରହଣ ପାଳନ କରାଯିବା ।
ଚନ୍ଦ୍ର ଗ୍ରହଣ ସେପ୍ଟେମ୍ବର ୭, ରବିବାର ରାତି ୯ ଟା ୫୮ ମିନିଟ୍ ରୁ ଲାଗିବା ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୮ ଅର୍ଥାତ୍ ରବିବାର ବିଳମ୍ବିତ ରାତି ୧ ଟା ୨୬ ମିନିଟ ରେ ସର୍ବମୋକ୍ଷ ହେବ । ପ୍ରାୟ ୩ ଘଣ୍ଟା ୨୮ ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ଚାଲିବ । ଜ୍ୟୋତିର୍ବିଦଙ୍କ ଅନୁସାରେ ପୁରୀରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ପାଳନରେ ରହିବାକୁ ପଣ୍ଡିତ ମଣ୍ଡଳୀ ପରାମର୍ଶ ଦେଇଛନ୍ତି ।
ଚନ୍ଦ୍ରଗ୍ରହଣକୁ ନେଇ ପୁରୀ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତାକାଲି (ରବିବାର) ଦିନ ୧୨ଟା ୫୭ ମିନିଟ୍ ଠାରୁ ପାକ ତ୍ୟାଗ ବା ହାଣ୍ଡି ଛାଡ କରାଯିବ । ଦିନ ୧୨ଟା ୧୯ ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ । ଆଉ ୮ ତାରିଖ ରାତି (ରବିବାର ବିଳମ୍ବିତ ରାତି ) ୧ଟା ୨୬ ମିନିଟରେ ସମାପ୍ତ ହେବ । ରାତିରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ରବିବାର ସକାଳୁ ଗାଧୁଆ ପାଧୁଆ କରି ସମସ୍ତେ ପୂଜାର୍ଚ୍ଚନା କରିପାରିବେ ଏବଂ ଅନ୍ନ ଭୋଜନ ଆଦି କରିପାରିବେ ।