ବିନିକା: ହୁତୁ ହୁତୁ ହୋଇ ଜଳିଲା ଗଞ୍ଜେଇ ଭର୍ତ୍ତି କାର। ଫଳରେ ଜଳିପୋଡ଼ି ପାଉଁଶ ହୋଇଗଲେ ବିପୁଳ ପରିମାଣର ଚୋରା ଗଞ୍ଜେଇ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ଠାରେ ଏଭଳି ଘଟଣା ଘଟିଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏପରିକି ଘଟଣାର ତଦନ୍ତ କରୁଛି ପୋଲିସ। ତେବେ ନିଆଁ ଲାଗିବାର କରାଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ, ବିନିକା ସହର ନୂଆବଜାର ଦେଇ ଚୋରା ଗଞ୍ଜେଇ ଭର୍ତି କରି କାର୍ଟି ଯାଉଥିଲା। ଏହି ସମୟରେ ହଠାତ ବିଚ ରାସ୍ତାରେ କାର୍ଟି ହୁତୁ ହୁତୁ ହୋଇ ଜଲି ଉଠିଲା। ତେଣୁ ପାଖରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଦମକଳ ବାହିନୀକୁ ଫୋନ କରିଥିଲେ। ଏହାପରେ ତୁରନ୍ତ ବିନିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିଟି ଅର୍ଦ୍ଧଦଗ୍ଧ ହୋଇଥିଲା ବେଳେ ସମ୍ପୂର୍ଣ ଗଞ୍ଜେଇରେ ନିଆଁ ଳାଗିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବିନିକା ପୁଲିସ ପହଞ୍ଚି ଗାଡିଟି ନମ୍ବର ବିହୀନ ଥିବାରୁ ନେଇ ତଦନ୍ତ ଜାରି ରଖିଛି।