ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ସ୍ୱରୂପ ନାୟକ । କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି । ଏକ ଶୋଭାଯାତ୍ରାରେ ସ୍ୱରୂପ ସତୀଚଉରାକୁ ଅଣାଯାଇଥିଲା। ସ୍ୱରୂପଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କଟକ ମେୟର ସୁବାସ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଗତକାଲି ଅପରାହ୍ନ ୨ଟା ୪୫ରେ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ଅଭିନେତା ସ୍ୱରୂପ ନାୟକଙ୍କର ପରଲୋକ ଘଟିଥିଲା। ଶ୍ରୀ ନାୟକ ଦୀର୍ଘଦିନ ହେବ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା। ଗତକାଲି ଠାରୁ ତାଙ୍କ ପାର୍ଥିବ ଶରୀରକୁ କଟକ ସିଡିଏ ସେକ୍ଟର-୮ସ୍ଥିତ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ନିହାରିକା ନାୟକ, ବଡ଼ ଝିଅ ନିବୃତ୍ତି ନାୟକ, ସାନଭାଇ ସୌମିତ୍ର ନାୟକ, ସୌମେନ୍ଦ୍ର ନାୟକ, ପୁତୁରା ପାର୍ଥ ନାୟକ, ହିମାଂଶୁ ନାୟକଙ୍କ ସମେତ ତାଙ୍କର ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ ;- ଆଜି ରାଜ୍ୟ ସମ୍ମାନ ସହ ସଂପନ୍ନ ହେବ ଶେଷକୃତ୍ୟ