ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକାରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ ହୋଇଛି । ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ପୋଲିସ ଜବତ କରିଛି । ଜବତ ହୋଇଥିବା ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ ନୋଟ୍ ବୋଲି ଜଣାପଡିଛି । ମାମଲାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୩ଟି ମୋବାଇଲ୍ ଜବତ ହୋଇଛି । ଅଭିଯୁକ୍ତମାନେ ୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସପି ସୂଚନା ସୂଚନା ଦେଇଛନ୍ତି । ତେବେ କେଉଁଠୁ ଏହି ଜାଲ୍ ନୋଟ୍ ଆସିଥିଲା, କେଉଁ କେଉଁ ସହରକୁ ଜାଲ୍ ନୋଟ୍ ଚେର ଲମ୍ବିଛି ଏବଂ କିଏ ଏହାର ମାଷ୍ଟରମାଇଣ୍ଡ ସେନେଇ ପୋଲିସ ତଦନ୍ତ କରୁଛି ।
ଅଧିକ ପଢନ୍ତୁ :- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ସଜାଗ; ଆସନ୍ତାକାଲି ଠାରୁ ୪ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ