କଟକ : ସାମ୍ଭାବ୍ୟ ବାତ୍ୟା ମୋନ୍ଥା' କୁ ଦୃଷ୍ଟି ରେ ରଖି NDRF ଟିମର ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି। କଟକ ମୁଣ୍ଡଳିରୁ ଆନ୍ଧ୍ରପ୍ରଦେଶ ଗଲେ NDRFର ୩ଟି ଟିମ୍। ବିଶାଖାପାଟଣା ୨ଟି ଓ ଶ୍ରୀକାକୁଲ୍ଲମ୍ ଗଲା ଗୋଟିଏ ଟିମ୍।
ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ। ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ପାଇଁ ମଧ୍ଯ ୨୭ରୁ ୨୯ ପର୍ଯ୍ୟନ୍ତ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ । ଓଡ଼ିଶାକୁ ୨୮ ଓ ୨୯ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ।ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ମଛଲିପଟନମ ଓ କଳିଙ୍ଗପଟନମ ଭିତରେ ଲ୍ୟାଣ୍ଡଫଲ୍ କରିବ। ୨୮ ସନ୍ଧ୍ୟାରୁ ରାତି ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁଲା ବେଳେ ୯୦ରୁ ୧୦୦ କିମି ବେଗରେ ପବନ। ବେଳେ ବେଳେ ପବନର ବେଗ ୧୧୦ କିମି ଛୁଇଁପାରେ ବୋଲି ଆକଳନ କରାଯାଇଛି। ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ବାତ୍ୟା ପ୍ରଭାବରେ ବଡ ବଡ ଗଛ ଉପୁଡିବା ସହ ଇଲେକ୍ଟ୍ରି ଖୁଣ୍ଟ ଉପୁଡିବା ସମ୍ଭାବନା ଅଛି ତେଣୁ ଧନ ଜୀବନ କିପରି ନଷ୍ଟ ନ ହେବ ସେଥିପାଇଁ ଏବେଠାରୁ ଓଡ୍ରାଫ ଟିମ୍ ସଜାଗ ହେଲାଣି।
ଅଧିକ ପଢନ୍ତୁ : - ବାତ୍ୟାକୁ ନେଇ ୨୭ରୁ ୨୯ ଯାଏଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ