ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପାଳିବନ୍ଦ ପଞ୍ଚାୟତର ଗୋଖର କୁଦା ଗ୍ରାମରେ ଶ୍ରୀ ଶ୍ରୀ ଗୋଖର ନାଥ ମହାଦେବ, ମହାବୀର ହନୁମାନଙ୍କ ସହିତ ଗ୍ରାମ୍ୟ ଦେବୀ ମା ପଦ୍ମାବତୀଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପାଇଁ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମସ୍ତ ଶ୍ରଦ୍ଧାଳୁ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରେ ପୂଜା ଅର୍ଚ୍ଚନା କରିବା ପରେ କଳସ ଯାତ୍ରା ଆରମ୍ଭ ହୋଇଥିଲା l ସେଠାରୁ ଶ୍ରଦ୍ଧାଳୁ ମାନେ ବାଦ୍ୟ ବଜାଇ ଗଞ୍ଜାମ ସହର ପରିକ୍ରମା କରି ଶେଷରେ ଯଜ୍ଞ ସ୍ଥଳରେ ପହଂଚି ଥିଲେ l
ବୁଧବାର ସକାଳୁ ଚବିଶି ପ୍ରହର ନାମଯଜ୍ଞ,ଆରମ୍ଭ ସହ ଅନ୍ନ ଯଜ୍ଞ, ଘୃତ ଯଜ୍ଞ କାର୍ଯ୍ୟକ୍ରମ ହେବାର ନିୟମ ରହିଛି l ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ଅଶୋକ ଶତପଥୀ, ପୁରୋହିତ ଶଶୀଭୁଷଣ ଶତପଥୀ ପ୍ରମୁଖଙ୍କ ସହାୟତାରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟରେ ସାରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି l ଏହି କଳସ ଯାତ୍ରାରେ ସାମିଲ ହେବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା l