ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳୁଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ନେଇ ସତର୍କ ସୂଚନା ଜାରୀ କରାଯାଇଛି । ଶନିବାର ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ଭୀଷଣ ବର୍ଷା ପାଇଁ ୧୨ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାଜ୍ୟରେ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରଯାଇଛି । ଏହି ସବୁ ସ୍ଥାନରେ ବିଜୁଳି ଓ ଘଡଘଡିର ସମ୍ଭାବନା ରହିଛି ।
ବର୍ଷା, ଘଡ଼ଘଡ଼ି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବାର ଆକଳନ କରାଯଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିବ । କାଳବୈଶାଖୀର ପ୍ରଭାବ ତାପମାତ୍ରା ଉପରେ ମଧ୍ୟ ପରିଲକ୍ଷିତ ହେବ । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ତାତିରୁ ନିସ୍ତାର ମିଳିବ ସହିତ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ।