ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିରରେ ସର୍ବମୋଟ ୮୧ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୯ ଗୋଟି ଅଭିଯୋଗ ଗୋଷ୍ଠୀଗତ ଥିବାବେଳେ ୭୨ ଗୋଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟାଭିତ୍ତିକ ରହିଥିଲା । ତନ୍ମଧ୍ୟରୁ ମୋଟ୍ ୩୮ ଗୋଟି ମାମଲାର ତତ୍କାଳ ସମାଧାନ କରାଯାଇଥିବା ସୂଚନା ମିଳିଛି । ଉକ୍ତ ଅବସରରେ ରେଡ଼କ୍ରସ ପାଣ୍ଠିରୁ ୨ଜଣଙ୍କୁ ୧୫୦୦୦ଟଙ୍କାର ସହାୟତା ଓ ୫ଜଣଙ୍କୁ ସାମାଜିକ ସୁରକ୍ଷା ଯୋଜନାର ଭତ୍ତା ପ୍ରଦାନ କରାଯାଇଥିଲା।
ଶିବିରରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ ଆରକ୍ଷୀ ଅଧିକ୍ଷକ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, କଣ୍ଟାମାଳ ବିଡ଼ିଓ ସାମ୍ମି ଜୟଶ୍ରୀ ରେଡ୍ଡୀ, ଜିଲ୍ଲା ଜରୁରୀ ଅଧିକାରୀ,ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ୟା ସମାଧାନରେ ସହଯୋଗ କରିଥିଲେ । ଯୁଗ୍ମ ଜନ ଶୁଣାଣି ପରେ ମାନନୀୟ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ପୂତପୁଟିଗଡ ୱାଚ ଟାୱାର,ବନ୍ଧପାଲି ନର୍ସରୀ, ବରଗୋଛା ଆଶ୍ରମ ବିଦ୍ୟାଳୟ ଓ ମନମୁଣ୍ଡା ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ ।