୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଗତକାଲି ବୈଦେଶିକ ମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ ସେ -କୋଣାର୍କ ଇକୋ ରିଟ୍ରିଟ୍ରେ ରାତ୍ରୀଯାପନ କରିଥିଲେ । ଆଜି ସକାଳୁ ସେ କୋଣାର୍କ ପରିସର ବ୍ୟାଖାନ କେନ୍ଦ୍ର ବୁଲି ଦେଖୁଛନ୍ତି। ଏହା ପରେ ସେ ସୂର୍ଯ୍ୟମନ୍ଦିର ଯିବେ ବୋଲି ସୂଚନା ମିଳିଛି । ଓଡ଼ିଶାର କଳା, ସଂସ୍କୃତିକୁ ବହନ କରୁଥିବା ସୂର୍ଯ୍ୟମନ୍ଦିରକୁ ପରିଦର୍ଶନ କରୁଛନ୍ତି ବୈଦେଶିକ ମନ୍ତ୍ରୀ। ପ୍ରବାସୀ ଭାରତୀୟ ଦିବସ ପାଇଁ ମନ୍ତ୍ରୀମଣ୍ଡଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।