କଳାବ୍ୟାଚ ପିନ୍ଧିଲେ ଜେଲ କର୍ମଚାରୀ। ସମାନ କାମକୁ ସମାନ ଦ୍ୱାରା ଦାବିରେ ଜେଲ ୱାଡରମାନେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ।ପ୍ରଥମେ କଳା ବ୍ୟାଚ ପିନ୍ଧି ତାଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଥିଲେ ହେଲେ ସରକାର କର୍ଣ୍ଣକୁ ନେଇନଥିଲେ । ତେଣୁ ସୋମବାର ଠାରୁ ଜେଲ ୱାଡରମାନେ ଆମରଣ ଅନଶନକୁ ଓଲ୍ଲାଇବକୁ ବାଧ୍ୟ ହୋଇଛନ୍ତି ।ଜେଲ ୱାଡରମାନଙ୍କ କହିବା ଅନୁଯାୟୀ ଗୃହ ବିଭାଗ ଅଧୀନରେ ଥିବା ଆଉ ସେମାନଙ୍କ କାର୍ଯ୍ୟ ସମାନ କିନ୍ତୁ ସେମାନଙ୍କୁ ଅଧିକ ଦରମା ଦିଆଯାଉଛି ।ଏହି ମନ୍ତବ୍ୟ ରଖି ସେମାନେ କଳା ବ୍ୟାଚ ପିନ୍ଧିଛନ୍ତି ।
ସରକାର ୫ ଦାବି ପୁରଣ ନ କରିବାରୁ ସୋମବାର ଠାରୁ ଛତ୍ରପୁର ଉପକାରାଗାର କର୍ମଚାରୀମାନେ ଆମରଣ ଅନଶନ କରିଛନ୍ତି ।ଉପକାରାଗାର ପରିସରରେ ସେ ଏହି ଅନଶନ ଆରମ୍ଭ କରିଛନ୍ତି ।ଯେତେଦିନ ପର୍ଯ୍ୟନ୍ତ ଏ ଦାବି ପୁରାଣ ନହେବା ସେତେଦିନ ପର୍ଯ୍ୟନ୍ତ ଏ ଅନଶନ ରହିବ ବୋଲି ସେମାନେ କହିଛନ୍ତି ।ସରକାର ଜେଲ କର୍ମଚାରିଙ୍କ ପାଇଁ ବୈମାତୃକ ମନୋଭାବ ରଖି ଏପରି କାର୍ଯ୍ୟ କରୁଛନ୍ତି ବୋଲି ଜେଲ କର୍ମଚାରୀ ଅଭିଯୋଗ କରିଛନ୍ତି ।ତେବେ ସରକାର କେବେ ଏମାନଙ୍କ ଗୁହାରି ଶୁଣୁଛନ୍ତି ଏବଂ ଏମାନେ ମୁଖ୍ୟ ସ୍ରୋତକୁ କେବେ ଫେରୁଛନ୍ତି ତାହା ଦେଖିବାକୁ ବାକି ରହିଛି।
ଅଧିକ ପଢନ୍ତୁ :ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା