କିଛି ଦିନ ପୂର୍ଵରୁ ଶୀତର ଦେଖା ନଥିଲା ବେଳେ ଏବେ ଆଗକୁ ଆହୁରି ବଢିବ ଶୀତ । କିଛି ଦିନ ପୂର୍ବରୁ ରାଜ୍ୟରେ 5 ଡିଗ୍ରୀ ପାରଦ ଖସିଥିବା ବେଳେ ଦୁଇ ରୁ ତିନି ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ କେନ୍ଦ୍ରରୁ ପୂର୍ବାନୁମାନ କରାଯାଇଛି । ଆଗକୁ ଆହୁରି ଶୀତ ଅନୁଭବ କରିବେ ରାଜ୍ୟବାସୀ । ସୂଚନା ଅନୁଯାୟୀ, ୭ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାସହ ଏହାକୁ ନେଇ ପାଣିପାଗ ବିଭାଗ ତରଫରୁ କୌଣସି ଆଲର୍ଟ ଜାରି କରାଯାଇନାହିଁ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ବୋହୁଥିବା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଅନୁଭୁତ ହେବ ବୋଲି ପାଣି ବିଭାଗ ପାଖରୁ ସୂଚନା ଦିଆଯାଇଛି । ଗତକାଲି ରାଜ୍ୟରେ କୋହଲା ପାଗ ରହିଥିବା ଅବେଳେ ଆଜି ପାଗରେ ପରିବର୍ତ୍ତନ ଦେଖା ଯାଇଥିବା ସହ ଖରା ଦେଖା ଦେଇଛି ।