ହାତୀଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରାଯିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା DFOଙ୍କ ସୂଚନା କଟକ,ସେପ୍ଟେମ୍ବର ୨୮(ଖବର ଓଡିଶା): Share story: ଜଗତପୁରରେ ହାତୀ ଉତ୍ପାତ କରିବା ଘଟଣା। ରେ ସ୍ଥିତି ନିୟନ୍ତ୍ରଣକୁଟ୍ରାଙ୍କୁଲାଇଜ୍ କରାଯିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଜଙ୍ଗଲରେ ଲୁଚି ରହିଥିବା ନରହନ୍ତା ହାତୀକୁ ବର୍ତ୍ତମାନ ୩ ଡୋଜ ଟ୍ରାଙ୍କୁଲାଇଜ କରାଯାଇ ନିସ୍ତେଜ କରାଯାଇଛି। ପରେ ଗୋଡରେ ଶିକୁଳି ସାହାଯ୍ୟରେ ବନ୍ଧାଯାଇଥିବା ବେଳେ ଏକ କ୍ରେନ୍ ମାଧ୍ୟମରେ ନିଆଯାଇ ନିର୍ଦ୍ଧିଷ୍ଟ କୌଣସି ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି DFO ଅଜିତ ଶତପଥୀ । ସୂଚନା ଅନୁସାରେ, ମଙ୍ଗଳବାର ରାତିରେ କଟକ ସହରରେ ୩ ହାତୀ ପଶିଥିଲେ। ଏହି ହାତୀ ଜଗତପୁର ଅଞ୍ଚଳରେ ଆତଙ୍କ ରାଜ୍ ସୃଷ୍ଟି କରିବା ସହ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟପଟେ ୩ ହାତୀ ମଧ୍ୟରୁ ଗୋଟିଏ ହାତୀର ମଧ୍ୟ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । ଖବର ଓଡ଼ିଶା, Reporter, 28/09/2022