ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ବାଣ ଫୁଟାଇବାବେଳେ ଅନେକ ଆହତ ହୋଇଛନ୍ତି । ସମ୍ବଲପୁର କ୍ଷେତରାଜପୁରରେ ଆପାର୍ଟମେଣ୍ଟର ୩ୟ ମହଲା ବାଣ ପଡି ଜଳିଲା ।ଘରେ କେହି ନ ଥିବାରୁ ସୌଭାଗ୍ୟବଶତଃ ଜୀବନହାନି ଘଟିନି । କ୍ଷେତରାଜପୁରରେ ଏକ ଅଳିଆଗଦାରେ ମଧ୍ୟ ରକେଟ ବାଣ ପଡି ନିଆଁରେ ପୋଡ଼ିଯାଇଛି । ଭଦ୍ରକର ବିଭିନ୍ନ ସ୍ଥାନରୁ ୮ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି । ଯାଜପୁର ବ୍ୟାସନଗର ଓ କୋରେଇ ଅଞ୍ଚଳରେ ଜଣେ ମହିଳା ସମେତ ୪ ଆହତ । ନୂଆପଡ଼ାର ସିନାପାଲିରେ ବାଣ ପଡ଼ି ଏକ ଘର ଜଳିଯାଇଛି ।ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସ୍ଥାନରେ କିଛି ଲୋକ ଆହତ ହୋଇଛନ୍ତି । ଅଧିକାଂଶ ଆହତମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଆହତ ଗୁରୁତରଙ୍କୁ ରବିବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛିଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ ବାଣ ଆହତରେ କାହାର ହାତ ପୋଡ଼ି ଯାଇଥିଲା ତ କାହାର କାନ ମୁଣ୍ଡାରୁ ରକ୍ତ ଝରୁଥିଲା । କିଏ ନିଜେ ବାଣ ଫୁଟାଇ ଆହତ ହୋଇଥିଲା ତ ଆଉ କିଏ ଅନ୍ୟ ଦ୍ୱାରା ଆହତ ହୋଇ ହସ୍ପିଟାଲକୁ ଆସିଥିଲା ।
ଅଧିକ ପଢନ୍ତୁ ;- ଟ୍ରକ ଚାପିଦେବା ଫଳରେ ୨ ଜଣଙ୍କ ମୃତ୍ୟୁ